ଯମୁନାକୂଳେ କାଳିଆ (ଝିନ୍‌ଝିଟ୍‌)

୧୯୦୯ ମସିହାରେ ରେକର୍ଡ ହୋଇଥିବା ଏହି ଗୀତ ଓଡ଼ିଶାର ତୃତୀୟ ଗ୍ରାମଫୋନ ରେକର୍ଡରେ ସ୍ଥାନିତ ହୋଇଥିଲା। ଏହି ଗୀତକୁ ବାସୁଦେବ ମହାପାତ୍ର ଗାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ୧୯୦୭ ମସିହାରେ ପ୍ରଥମ ଓଡ଼ିଆ ଗ୍ରାମଫୋନ ରେକର୍ଡ ହିଜ୍‌ ମାଷ୍ଟର ଭଏସ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଖାନ୍‌ ମହମ୍ମଦ ଥିଲେ ପ୍ରଥମ ଓଡ଼ିଆ ଗ୍ରାମଫୋନ ରେକର୍ଡର ଗାୟକ।