ଚଳଚ୍ଚିତ୍ରରେ ଓଡ଼ିଶୀ (୧୯୪୮)

ଗ୍ରେଟ୍‌ ଇଷ୍ଟର୍ଣ୍ଣ ମୁଭି ଟୋନ୍‌ ପ୍ରଯୋଜିତ ଚଳଚ୍ଚିତ୍ର ‘ଲଳିତା’ ୧୯୪୮ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ରରେ ସଂଯୋଜିତ ହୋଇଥିବା ଓଡ଼ିଶୀ ନୃତ୍ୟକୁ ଏଠାରେ ସଂଲଗ୍ନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେତେବେଳେ ଓଡ଼ିଶୀ ନୃତ୍ୟର ନାମକରଣ ହୋଇନଥିଲା। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା ଚଳଚ୍ଚିତ୍ର ‘ଲଳିତା’।