ରାଧାଧର ସୁମଧୁର

ପାରଳାଖେମୁଣ୍ଡିର ରାଜଗାୟକ ଶ୍ରୀ ଅପନ୍ନା ପାଣିଗ୍ରାହୀ ଅନ୍ଧ ଥିଲେ। ତାଙ୍କ ଉଦାତ୍ତ କଣ୍ଠସ୍ୱର ଶ୍ରୋତାଙ୍କୁ ବିମୋହିତ କରୁଥିଲା। ତେବେ ସେ କେବଳ ଦରବାର ଓ ସାଧାରଣ ଆସରରେ ଗାୟନ କରୁଥିଲେ। ତାଙ୍କ କଣ୍ଠସ୍ୱରକୁ ତାଙ୍କ ଅଜ୍ଞାତରେ ଗ୍ରାମଫୋନ ରେକର୍ଡରେ ସଂଗ୍ରହ କରାଗଲା। କଥିତ ଅଛି ଗ୍ରାମଫୋନ ରେକର୍ଡରେ ନିଜ ସ୍ୱର ଶୁଣିଲା ପରେ ଅପନ୍ନା ପାଣିଗ୍ରାହୀ ଦୁଃଖରେ ଜୀବନ ହରାଇଥିଲେ। ଏଠାରେ ସଂଯୋଜିତ ହୋଇଛି ଗୋପାଳକୃଷ୍ଣ ପଦ୍ୟାବଳୀରୁ ସେ ଗାୟନ କରିଥିବା ପଙ୍‌କ୍ତି। ରେକର୍ଡିଂ ସମୟ ହେଉଛି ୧୯୩୨ ମସିହା।