ସମାଧି ଦୂଆର ଫେଇ

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଓଡ଼ିଶୀ ପାରମ୍ପରିକ ରଚନା ଓ ଆଧୁନିକ ଗାୟନ କ୍ଷେତ୍ରରେ ଏକ ଉଜ୍ଜ୍ୱଳ ନକ୍ଷତ୍ର। ତାଙ୍କର ଅନ୍ୟତମ ଗୁରୁ ରାଇଚନ୍ଦ ବରାଳଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଓ ଶ୍ରୀ ବାଳକୃଷ୍ଣ ଦାସଙ୍କର ଗାୟନରେ ସମୃଦ୍ଧ ଏକ ବିରଳ ଆଧୁନିକ ଗୀତକୁ ଏଠାରେ ସଂଲଗ୍ନ କରାଯାଇଛି। ୧୯୪୯ ମସିହାରେ ରେକର୍ଡିଂ ହୋଇଥିବା ଏହି ଗୀତର ଗୀତିକାର ଥିଲେ ଶ୍ରୀ ଜାନକୀ ବଲ୍ଲଭ ମହାନ୍ତି।