ମନ୍ଦିର ସ୍ଥାପତ୍ୟ

କୀଚକେଶ୍ୱରୀ ମନ୍ଦିର, ଖିଚିଂ, ମୟୂରଭଂଜ, ୧୦ମ-୧୧ଶ ଶତାବ୍ଦୀ

କଳିଙ୍ଗ ସ୍ଥାପତ୍ୟ କଳାର ଏକ ପ୍ରାଞ୍ଜଳ ନିଦର୍ଶନ ଏହି ମନ୍ଦିରରେ ପରିଲକ୍ଷିତ। ଏହାର ଉଚ୍ଚତା ୧୦୦ ଫୁଟ (୩୦ ମିଟର)। ମୟୂରଭଞ୍ଜ ରାଜବଂଶର ପୀଠଦେବୀ ଚାମୁଣ୍ଡା ବା କାଳୀ ରୂପେ ଏହି ମନ୍ଦିରରେ ପୂଜା ପାଇଆସୁଛନ୍ତି। ଏହା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ଶୈଳୀରେ ନିର୍ମିତ, ଯାହା ପର୍ଯ୍ୟଟକଙ୍କୁ ବିଶେଷଭାବେ ଆକୃଷ୍ଟ କରିଥାଏ।

ଅଧିକ ଜାଣନ୍ତୁ
ନୃସିଂହନାଥ ମନ୍ଦିର, ପାଇକମାଳ, ବରଗଡ଼, ୯ମରୁ ୧୦ମ ଶତାବ୍ଦୀ

          

ବରଗଡ଼ର ପାଇକମାଳ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଅବସ୍ଥିତ। ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଦୁଇ ଭାଗରେ ବିଭକ୍ତ। ପ୍ରଥମ ଭାଗରେ ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ ଦ୍ୱିତୀୟ ଭାଗଟି ଜଗମୋହନ ନାମରେ ନାମିତ। ଇତିହାସରୁ ଜଣାଯାଏ ପାଟଣାଗଡ଼ର ରାଜା ବୈଜଲ ସିଂହ ଦେବ ୧୩୧୩ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରଟିର ନିର୍ମାଣ କରିଥିଲେ।

ଅଧିକ ଜାଣନ୍ତୁ
ଖୋର୍ଦ୍ଧାଗଡ଼, ଖୋର୍ଦ୍ଧା, ୧୬ଶରୁ ୧୯ଶ ଶତାବ୍ଦୀ

ଭାରତର ଶେଷ ସ୍ୱାଧୀନ ଦୁର୍ଗ ଭାବେ ପରିଚିତି ପାଇଥିବା ଖୋର୍ଦ୍ଧାଗଡ଼ ୧୬ଶ ଶତାବ୍ଦୀରେ ରାଜା ରାମଚନ୍ଦ୍ର ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏଠାରେ ପାଇକ ବିଦ୍ରୋହର ଅୟମାରମ୍ଭ ହୋଇଥିଲା। ରାଜା ରାମଚନ୍ଦ୍ର ଦେବଙ୍କ ଶାସନ ସମୟରେ ଖୋର୍ଦ୍ଧା ତାଙ୍କ ରାଜଧାନୀ ଥିବାର ଜଣାଯାଏ।

ଅଧିକ ଜାଣନ୍ତୁ
ବଙ୍କଡ଼ାଗଡ଼, ବାଣପୁର, ଖୋର୍ଦ୍ଧା, ୬ଷ୍ଠରୁ ୧୧ଶ ଶତାବ୍ଦୀ

ବାଣପୁର ନିକଟସ୍ଥ ବଙ୍କଡ଼ାଗଡ଼, ଶୈଳୋଦ୍‌ଭବ ରାଜବଂଶର ରାଜଧାନୀ ଭାବେ ଚିହ୍ନଟ କରାଯାଇଅଛି। ଅତୀତର ରାଜବଂଶର ଦୁର୍ଗ ଭାବେ ଏହା ପ୍ରସିଦ୍ଧ। ଏହା ରାଜ୍ୟ ସରକାରଙ୍କ ସଂରକ୍ଷିତ କୀର୍ତ୍ତିରାଜି ଅଟେ।

ଅଧିକ ଜାଣନ୍ତୁ
ଇନ୍ଦ୍ରଲାଠ୍‌ ମନ୍ଦିର, ରାଣୀପୁର ଝରିଆଲ, ବଲାଙ୍ଗୀର, ୯ମରୁ ୧୧ଶ ଶତାବ୍ଦୀ

ଆନୁମାନିକ ୯ମରୁ ୧୧ଶ ଶତାବ୍ଦୀ ମଧ୍ୟରେ ଇଟାରେ ନିର୍ମିତ ଇନ୍ଦ୍ରଲାଠ୍‌ ମନ୍ଦିର, ଯାହାର ଜଗମୋହନ ଅଂଶ ଭଗ୍ନ ପ୍ରାୟ। କେବଳ ଏହାର ବିମାନ ଅଂଶ ରେଖ ଦେଉଳ ଢାଞ୍ଚାରେ ଅବସ୍ଥିତ। ଏହି ମନ୍ଦିରର ଭିତର ପାର୍ଶ୍ୱରେ ଲିଙ୍ଗ ସମେତ ବିଷ୍ଣୁ, କାର୍ତ୍ତିକେୟ ଏବଂ ଉମା ମହେଶ୍ୱରଙ୍କ ମୂର୍ତ୍ତି ବିରାଜିତ।

ଅଧିକ ଜାଣନ୍ତୁ
ବୁଦ୍ଧନାଥ ମନ୍ଦିର, ଗାରେଡ଼ିପାଞ୍ଚଣ, ଖୋର୍ଦ୍ଧା, ୧୨ଶ ଶତାବ୍ଦୀ

                              

ଭୁବନେଶ୍ୱର ଠାରୁ ୨୨ କି.ମି. ଦୂର ବାଲିଅନ୍ତା ନିକଟସ୍ଥ ଗାରେଡ଼ିପାଞ୍ଚଣ ଗ୍ରାମର ବୁଦ୍ଧନାଥ ମନ୍ଦିର, ଯେଉଁଠାରେ ଭଗବାନ ଶିବ ପୂଜା ପାଉଅଛନ୍ତି। ସୋମବଂଶର ରାଜା ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ଏହା ନିର୍ମିତ। ଓଡ଼ିଶାର କଳା ଓ ସ୍ଥାପତ୍ୟର ଏହା ଏକ ମହାନ୍‌ କୀର୍ତ୍ତି। ଏହାର ମୁଖ୍ୟ ମନ୍ଦିରଟି ରେଖମନ୍ଦିର ଓ ଜଗମୋହନ ପିଢ ଢାଞ୍ଚାରେ ନିର୍ମିତ, ଯାହା ପ୍ରାଚୀନ ମନ୍ଦିରର କାରୁକାର୍ଯ୍ୟର ଏକ ନମୁନା। କୁହାଯାଏ ସର୍ପାଘାତ ରୋଗୀ ଏହି ମନ୍ଦିର ନିକଟକୁ ଆସିଲେ ବିଷମୁକ୍ତ ହୋଇଯାଏ।

ଅଧିକ ଜାଣନ୍ତୁ